ସୁଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ ,ପ୍ରଥମ ଇନିଂସରେ ଭାରତ ୧୫୬ରେ ଅଲଆଉଟ

ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ପୁଣି ଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ପ୍ରଥମ ଇନିଂସରେ ଭାରତ ମାତ୍ର ୧୫୬ ରନ କରି ଅଲଆଉଟ୍ ହୋଇଯାଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ ରନ ସଂଗ୍ରହ କରିଥିଲା। ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ଏବଂ ରବିଚନ୍ଦ୍ରନ ଅଶ୍ଵିନ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସୁନ୍ଦର ୭ଟି ଏବଂ ଅଶ୍ଵିନ ୩ଟି ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ଏକ ବଡ଼ ସ୍କୋର କରିବାରୁ ଅଟକାଇଥିଲେ।
ଜବାବରେ ଭାରତ ପ୍ରଥମ ପାଳିରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନ୍ୟୁଜିଲାଣ୍ଡ ବୋଲର ମିଶେଲ ସାଣ୍ଟନର ସର୍ବାଧିକ ୭ ଉଇକେଟ ନେଇ ଭାରତୀୟ ଦଳକୁ ବ୍ୟାକ୍ଫୁଟକୁ ଠେଲି ଦେଇଥିଲେ। ରୋହିତ ଶର୍ମା(୦), ବିରାଟ କୋହଲି(୧), ରୁଷଭ ପନ୍ତ(୧୮) ଏବଂ ସର୍ଫରାଜ ଖାନ (୧୧) ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଜୟସଓ୍ବାଲ ୩୦ ଏବଂ ଶୁଭମନ ଗିଲ ୩୦ ଏବଂ ରବୀନ୍ଦ୍ର ଜାଡେଜା ୩୮ ରନ କରିଥିଲେ।
ଏହି ମ୍ୟାଚର ୨ୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୧୯୮ ରନ କରିପାରିଛି ଓ ଏହା ସହିତ ଭାରତଠାରୁ ୩୦୧ ରନରେ ଆଗୁଆ ରହିଛି ।
Powered by Froala Editor