ଭୁବନେଶ୍ବରରେ ବିମାନସେବା ହେଲା ସ୍ବାଭାବିକ

ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହୋଇଛି । ବାତ୍ୟା ପାଇଁ ଗତକାଲି ସନ୍ଧ୍ୟାରୁ ବିମାନ ସେବା ବାତିଲ କରାଯାଇଥିବାବେଳେ ପରିସ୍ଥିତି ସ୍ବାଭାବିକ ହେବାରୁ ଶୁକ୍ରବାର ସକାଳ ୮ଟାରୁ ବିମାନ ସେବା ପୁଣି ଆରମ୍ଭ ହୋଇଛି ।
ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ଦାନା ଭିତରକନିକା ହବାଳିଖଟି ନିକଟରେ ଅତିକ୍ରମ କରିଥିଲା। ଏହା ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ କିଛି ଚାଳ ଛପର ଘର ଓ ଗଛ ଭାଙ୍ଗିପଡିଛି ।ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା।
Powered by Froala Editor