ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବରଖାସ୍ତ

ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ସମସ୍ତ ସଦସ୍ୟାଙ୍କୁ ବରଖାସ୍ତ କରିଛନ୍ତି । ଅଧ୍ୟକ୍ଷାଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇଛନ୍ତି ରାଜ୍ୟ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ହେଲା ସୂଚନା ।
ବିଜେଡି ସରକାର ସମୟରେ ମହିଳା ଆୟୋଗରେ ଥଇଥାନ ହୋଇଥିବା ଆଗଧାଡ଼ିର ବିଜେଡି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟର ବିଜେପି ସରକାର ସେମାନଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି । ଏହାସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।
Powered by Froala Editor