ସୁନା ଚେନ୍ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ସମ୍ବଲପୁର: ସାକ୍ଷୀପଡା କୁରେଇଟୋଲା ନିବାସୀ ଜଣେ ମହିଳା ସାକ୍ଷୀପଡା ପଟରୁ ମୁଖ୍ୟ ରାସ୍ତାରେ ନିଜର ଘରକୁ ଚାଲି ଚାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଯାଉଥିଲେ। ସାକ୍ଷୀପଡା ଇଦଗା ନିକଟରେ ଅଚାନକ ୨ ଜଣ ଯୁବକ ହେଲମେଟ ପରିଧାନ କରି ଏକ ବାଇକରେ ତାଙ୍କ ନିକଟକୁ ପଛରୁ ଆସିଥିଲେ। ମହିଳା ଜଣକ କିଛି ବୁଝିବା ପୂର୍ବରୁ ସେ ପିନ୍ଧିଥିବା ପ୍ରାୟ ୨୪ ଗ୍ରାମ ଓଜନର ସୁନା ମାଳି ଲୁଟ କରି ଚମ୍ପଟ ହୋଇଯାଇଥିଲେ। ଘଟଣା ପରେ ମହିଳା ଜଣକ ଧନୁପାଲି ଥାନାକୁ ସୂଚନା ଦେବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଖପାଖର ସିସିଟିଭି ଯାଞ୍ଚ ସହିତ ତଦନ୍ତ ଜାରି ରହିଛି ।
Powered by Froala Editor