ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ ବାବୁ
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରୀକାର ଆସିବା ପରେ ଭିଜିଲାନ୍ସ ବିଭାଗ ଏବେ ପୂରା ଆକ୍ସନ ମୋଡ଼କୁ ଚାଲିଆସିଛି । ବିଗତ ୩ ମାସରେ ବହୁ ସରକାରୀ କର୍ମଚରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତେବେ ଆଜି ଭିଜିଲାନ୍ସ ଜାଲରେ ଜଣେ ପୁଲିସ ବାବୁ ପଡ଼ିଛନ୍ତି । ସେ ହେଉଛନ୍ତି ଖଣ୍ଡପଡ଼ା ଥାନା ଏସଆଇ ଏସ.କେ ରେହମାନ । ଲାଞ୍ଚ ନେଇ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ମଦ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ନେବେ ସେ ଧରାପଡ଼ିଛନ୍ତି ।
Powered by Froala Editor