ପୁଅ ଯାଇଥିଲା ସ୍କୁଲ୍, ବିଦ୍ୟୁତ୍ ସଂସ୍ପର୍ଶରେ ଚାଲିଗଲା ବାପା ଓ ମା’ର ଜୀବନ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତ୍ତି ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ରେ। ମୃତ ଦମ୍ପତିଙ୍କକ ଘର କାମାକ୍ଷାନଗର ମହାବୀରୋଡ ଥାନା ରଗଡ଼ାସାହିର। ସେମାନେ ହେଲେ ଦୁର୍ଯ୍ୟୋଧନ ମହାନ୍ତ ଓ ପତ୍ନୀ ଭାରତୀ ମହାନ୍ତ।।ପୁଅ ସ୍କୁଲ ଗଲାପରେ ବାପା ମାଆଙ୍କର ବିଦ୍ୟୁତ ସଂସ୍ପର୍ଶ ରେ ଆସି ଚାଲିଯାଇଛି ଜୀବନ ।
ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଥିବା କୁସୁମୁଣ୍ଡା କୋଲ ମାଇନ୍ସରେ ହାଇୱା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଗାଡି ଚଲାଇବା ସହ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ସେ ସେଠାରେ ନିଜ ସ୍ତ୍ରୀ ଓ ଏଗାରବର୍ଷର ପୁଅ ସହ ରହିଆସୁଥିଲେ । ଘରେ ଲୁଗା ଶୁଖାଇବା ବେଳେ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଦୁର୍ଯ୍ୟୋଧନ ପତ୍ନୀ ଭାରତୀ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।
ଉଭୟଙ୍କୁ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତଦେହ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
Powered by Froala Editor