ଇତିହାସ ରଚିଲେ ବଣ୍ଡା ଘାଟିର ବିନି ମୁଦୁଲି
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଇତିହାସ ରଚିଛନ୍ତି ବଣ୍ଡାଘାଟିର ବିନି ମୁଦୁଲି । ରେଜଲ୍ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରିଛନ୍ତି। ସଫଳତାର ଶ୍ରେୟ ବାପା-ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି।
ମାଲକାନଗିରି ବଣ୍ଡା ଘାଟିର ଝିଅ ହେଉଛନ୍ତି ବିନି ମୁଦୁଲି। ତାଙ୍କ ବାପା ରାମ ମୁଦୁଲି ମୁଦୁଲିପଡ଼ା ହାଇସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି। ଆଉ ମାଆ ସୁନାମଣୀ କିରସାନୀ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି।
ବିନିଙ୍କ ପ୍ରାଥମିକ ଶିକ୍ଷା ମୁଦୁଲିପଡ଼ା ପ୍ରାଥମିକ ସ୍କୁଲ ହୋଇଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ନବୋଦୟ ପ୍ରବେଶିକା ପରୀକ୍ଷାରେ ପାସ କରିଥିଲେ। ସେ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ବିନି ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ନାଁ ଲେଖାଇଥିଲେ। ସେଠାରେ ସେ ବିଏ ପାସ୍ କରିଥିଲେ। ପାଠପଢ଼ା ପରେ ଘରେ ରହି you tubeରୁ ଶିଖିଥିଲେ OPSC ପାଇବାର ଫର୍ମୁଲା । ଆଗାମୀ ଦିନରେ ଲୋକଙ୍କ ସେବା ସହ ଅଞ୍ଚଳର ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ମନସ୍ଥ କରିଥିବା କହିଛନ୍ତି ବିନି ।
Powered by Froala Editor