ସଲମାନ କଳା ହରିଣକୁ ହତ୍ୟା କରିନାହିଁ, କାହିଁକି କ୍ଷମା ମାଗିବ : ସଲିମ

ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ସଲମାନ ଖାନଙ୍କ ଘର ଉପରେ କଡ଼ା ନଜର ରଖିଥିବା ବେଳେ ହତ୍ୟା କରିବା ନେଇ ବାରମ୍ବାର ଧମକ ଦେବାରେ ଲାଗିଛନ୍ତି। ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସଲମାନ ନିଜ ପୋଷା କୁକୁରର ବହୁତ ଯତ୍ନ ନେଇଥିଲେ। ସେ ଚାଲିଯିବା ପରେ ବହୁତ କାନ୍ଦିଥିଲେ। ଯେତେବେଳେ ଏହି କଳା ହରିଣ ମାରିବା ନେଇ ବିବାଦ ଆରମ୍ଭ ହେଲା ମୁଁ ସଲମାନକୁ ଏବିଷୟରେ ପଚାରିଥିଲି। ସେ ମୋତେ ଏଭଳି କିଛି କରିନଥିବା କହିଥିଲା। ସଲମାନ ମୋତେ କେବେ ବି ମିଛ କହେ ନାହିଁ। ପଶୁ ହତ୍ୟା କରିବାର ସଉକ ମୋ ପୁଅର ନାହିଁ। ଯଦି ସଲମାନ କ୍ଷମା ମାଗିଦେବ ତେବେ ଏହା ପ୍ରମାଣ ହୋଇଯିବ ଯେ, ସେ ହିଁ କଳା ହରିଣକୁ ହତ୍ୟା କରିଥିଲା। ହେଲେ ସେ ସେଭଳି କିଛି କରିନାହିଁ ଯଦି କାହିଁକି କ୍ଷମା ମାଗିବ।"
ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।
Powered by Froala Editor