ବିଗ୍ବସ୍ ସେଟ୍ରେ ପହଞ୍ଚିଲେ ସଲମାନ, ଜଗିଲେ ୬୦ ସୁରକ୍ଷାକର୍ମୀ

ବାବା ସିଦ୍ଧିକିଙ୍କ ହତ୍ୟା ପରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଲଗାତାର ଜୀବନରୁ ମାରିଦେବାର ମିଳୁଛି ଧମକ । ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ସଲମାନ ଖାନ କଡା ସୁରକ୍ଷା ମଧ୍ୟରେ ‘ବିଗ ବସ ୧୮’ର ସେଟରେ ପହଞ୍ଚି ସେଠାରେ ସେ ‘ୱିକେଣ୍ଡ କା ୱାର’ର ସୁଟିଂ ପୂରା କରିଥିବା ସୂଚନା ମିଳିଛି।
ସଲମାନ ଖାନ୍ ଲୋକପ୍ରିୟ ରିଆଲିଟି ଶୋ' ବିଗ ବସ-୧୮ ହୋଷ୍ଟ କରୁଛନ୍ତି। ଏଭିଳି ସ୍ଥିତିରେ ଓ୍ୱିକେଣ୍ଡ କା ଓ୍ୱାର ଏପିସୋଡ୍ ଶୁଟ୍ କରିବା ପାଇଁ ସଲମାନ ମୁମ୍ବାଇର ଫିଲ୍ମସିଟିରେ ପହଞ୍ଚିଛନ୍ତି। ୩ ଘଣ୍ଟା ବିଳମ୍ବ ହୋଇଥିଲେ ମଧ୍ୟ ଲରେନ୍ସଙ୍କ ଧମକ ସଲମାନଙ୍କୁ ଶୁଟିଂ କରିବାରେ ରୋକି ପାରି ନାହିଁ। କଡ଼ା ସୁରକ୍ଷା ବଳୟ ଭିତରେ ‘ବିଗ ବସ ୧୮’ର ସେଟରେ ପହଞ୍ଚିଛନ୍ତି ସଲମାନ। ଏହି ସମୟରେ ସେଟରେ ସଲମାନଙ୍କ ସୁରକ୍ଷା ପାଇଁ ୬୦ ଗାର୍ଡସଙ୍କୁ ନେଇ ଆଲର୍ଟ ରଖାଯାଇଥିଲା।
ପ୍ରକାଶ ଥାଉକି, ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା । ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ । କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି।
Powered by Froala Editor