ତରୁଣଙ୍କ ରେକର୍ଡ: ୮ମ ଥର ପାଇଁ ମହାଦେବଙ୍କ ଭୂମିକାରେ

୮ମ ଥର ପାଇଁ ମହାଦେବ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତରୁଣ ଖାନ୍ନା । ପୂର୍ବରୁ କୌଣସି କଳାକାରଙ୍କ ଭାଗ୍ୟରେ ଏ ସୌଭାଗ୍ୟ ଜୁଟିନଥିବାବେଳେ ତରୁଣ ଇତିହାସ ରଚିଛନ୍ତି । ମାତା ବୈଷ୍ଣୋ ଦେବୀଙ୍କ ଉପରେ ନିର୍ମିତ ସାଗର ୱାଲର୍ଡର ପ୍ରାୟ ୧୨ଟି ଏପିସୋଡ ୱେବ ସିରିଜରେ ମହାଦେବଙ୍କ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ ହେବ।
ସାଗର ୱାର୍ଲ୍ଡର ଶିବସାଗର ଟିଭିରେ 'ରାମାୟଣ'ର ମହାନ କାହାଣୀ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ସେ ମାତା ବୈଷ୍ଣୋ ଦେବୀଙ୍କ ଉପରେ ଆଧାର କରି ଏକ ୱେବ୍ ସିରିଜ୍ କରିବାକୁ ଯାଉଛନ୍ତି। ଏଥିରେ ରାମାୟଣ ଫେମ୍ ସୀତା ମାତା ଭୂମିକାରେ ଥିବା ଦୀପିକା ଚିଖ୍ଲିଆ ମଧ୍ୟ ଅଭିନୟ କରୁଥିବା ଖବର ରହିଛି। ଏହା ବ୍ୟତୀତ ଇଶିତା ଗାଙ୍ଗୁଲି ଏବଂ ରାଣା ଯଶୋଦନ ସିଂ ମଧ୍ୟ ରହିବେ। ଏହା ସହିତ ମହାଭାରତର ପ୍ରସିଦ୍ଧ ଚରିତ୍ର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା ପୁନୀତ୍ ଇସରଙ୍କ ପୁଅ ସିଦ୍ଧାନ୍ତ ଇସର ଏହି ସିରିଜ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି।
'ବୈଷ୍ଣୋ ଦେବୀ'ରେ ମହାଦେବଙ୍କ ଭୂମିକା ପାଇଁ ତରୁଣ ଖାନ୍ନାଙ୍କୁ କାଷ୍ଟ କରାଯାଇଛି। ଏହି ଧାରାବାହିକ ପାଇଁ ମହାଦେବଙ୍କ ଭୂମିକାର ଅଫର ପାଇବା ପରେ ଏହା ତାଙ୍କ ପାଇଁ ଅଷ୍ଟମ ଥର ହେବ। 'ସନ୍ତୋଷୀ ମା'ରେ ପ୍ରଥମ ଥର ପାଇଁ ତରୁଣ ଶଙ୍କରଙ୍କ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଭୂମିକା ଏତେ ପସନ୍ଦ ହୋଇଥିଲା ଯେ ଅନେକ ଶୋ'ରେ ସେ ଶଙ୍କରଙ୍କ ଭୂମିକା ପାଇଁ ପ୍ରଥମ ପସନ୍ଦ ହୋଇଥିଲେ।
Powered by Froala Editor