ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ସାଂସଦ: ଅମରପ୍ରସାଦ ଶତପଥୀ
ଭୁବନେଶ୍ୱର: ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ସାଂସଦ । ଏ କଥା ଖୋଦ ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ କହିଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ୨ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ମିଶି ସାରିଲେଣି । ଏବେ ଆଉ କିଛି ବିଜେଡି ଏମପି ଦଳ ଛାଡ଼ିପାରନ୍ତି । ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ । ମୁଁ କହିବା ଆରମ୍ଭ କରିବାକୁ ଅନେକ ମୁହଁ ଖୋଲୁଛନ୍ତି । ଦଳରେ ଯେ ଅସନ୍ତୋଷ ଅଛି ଏଥିରେ ଦ୍ୱିମତ ନାହିଁ ।୨ ଜଣ ରାଜ୍ୟସଭା ସାଂସଦଙ୍କ ପରେ ଆଉ କିଛି ଏମପି ବି ବିଜେଡି ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି । ସଭାପତି ମୁହଁ ଖୋଲୁନାହାନ୍ତି । ଯେଉଁମାନେ ବୟାନବାଜି କରୁଛନ୍ତି ସେମାନେ ଦଳର ଅଧିକ କ୍ଷତି ଘଟାଉଛନ୍ତି ବୋଲି ଅମର ଶତପଥୀ କହିଛନ୍ତି । ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁ କିଛି ଠିକଠାକ ଚାଲିନଥିବା ଆଶଙ୍କା ସୃଷ୍ଟି ହେଉଛି । ବିଜେଡି ନେତା ଦଳ, ଦଳର ସଭାପତି ଓ ଦଳର ନେତାଙ୍କ ଗୋହି ଖୋଳିବାରେ ଲାଗିଛନ୍ତି । ଫଳରେ ଦଳରେ ଅସନ୍ତୋଷ ବିସ୍ଫୋରଣ ରୂପ ନେବାରେ ଲାଗିଛି । ନିର୍ବାଚନ ପରେ ଦୁଇ ଜଣ ସଦସ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏହି କ୍ରମରେ ପୂର୍ବତନ ମନ୍ତ୍ରୀ, ୬ ଥରର ବିଧାୟକ ଅମର ଶତପଥୀ ଓ ବିଜେଡି ଭିତରେ ସବୁକିଛି ଭଲ ଥିଲା ପରିଲାଗୁନାହିଁ । ନିର୍ଦ୍ଦିଷ୍ଟ କିଛି କାରଣ ଲାଗି ଦଳରେ ସେ ଅଣନିଶ୍ୱାସୀ ଥିବା ସହ ସଦସ୍ୟତା ରିନ୍ୟୁ କରିନଥିବା କହିଛନ୍ତି । ଫଳରେ ସେ ବିଜେଡି ଛାଡିବା ଲାଗି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଅଣନିଶ୍ଵାସୀ ଲାଗୁଛି ତେବେ ଅମର ଦଳ ଛାଡ଼ି ପଳାନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆହ୍ୱାନ ଦେଇଛନ୍ତି ।ସାଧାରଣ ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ୟ୍ୟୟ ପରେ ‘ବିଜେଡ଼ି’ରେ ସବୁ କିଛି ଏବେ ଠିକ ନାହିଁ । ଭି.କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ଯେଉଁ ଅନ୍ତକନ୍ଦଳ ଥିଲା, ତାହା ଧିରେ ଧିରେ ବିସ୍ଫୋରଣ ହେବାରେ ଲାଗିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା ।
Powered by Froala Editor