ଯଦି ମେଧାବୀଙ୍କର ନମ୍ବର କମିଛି, ତେବେ ପରୀକ୍ଷା ଦେବାରେ ଅସୁବିଧା କଣ : ବୋର୍ଡ
ଭୁବନେଶ୍ୱର : ମାଟ୍ରିକ ମୂଲ୍ୟାୟନରେ ଅବ୍ୟବସ୍ଥା ତାତି ଅସମ୍ଭାଳ ହେବାରେ ଲାଗିଛି । ତେବେ ଆନେ୍ଦାଳନ ଆଗରେ ବୋଡର଼୍ ନଇଁନାହିଁ । ବରଂ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ମେଧାବୀ ଛାତ୍ରଛାତ୍ରୀଙ୍କର ଯଦି ମାର୍କ କମିଛି ତେବେ ପରୀକ୍ଷା ଦେବାରେ ଅସୁବିଧା କ’ଣ ବୋଲି ବୋଡର଼୍ ପକ୍ଷରୁ କୁହାଯାଇଛି । ବୋଡର଼୍ ପକ୍ଷରୁ କୁହାଯାଇଛିଯେ, ଯେଉଁମାନେ ମେଧାବୀ ପିଲା ସେମାନଙ୍କର ପାଠ ସହ ସମ୍ପର୍କ ରହିଛି । ମେ’ ମାସରେ ପରୀକ୍ଷା କରାଯାଇଥା’ନ୍ତା । ତେଣୁ ସେମାନେଯେ, ପାଠ ଛାଡ଼ିଦେଇଛନ୍ତି, ତାହା କହିବା ଭୁଲ ହେବ । ଏବେବି ବହୁ ସମୟ ରହିଛି । ସେମାନେ ପାଠ ପଢ଼ାପଢ଼ି କରନ୍ତୁ । ମେଧାବୀ ପିଲାଙ୍କର ପରୀକ୍ଷା ଦେବାରେ ଅସୁବିଧା କ’ଣ ବୋଲି ବୋଡର଼୍ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟଯେ, ସେହିପରି ଆସନ୍ତା ଜୁଲାଇ ୫ରୁ ଅଫଲାଇନ ପରୀକ୍ଷା ନିମନ୍ତେ ଫର୍ମପୂରଣ ଆରମ୍ଭ ହେବ । ଖୁବଶୀଘ୍ର ମାଟ୍ରିକ ଫଳବି ପ୍ରକାଶ ପାଇବ । ତେଣୁ ଯୁକ୍ତ ଦୁଇରେ ପଢ଼ିବା ପାଇଁ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ନବମ ଓ ଦଶମର ପ୍ରିବୋଡର଼୍ ପରୀକ୍ଷା ସହ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସ୍କୁଲର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି ।
Powered by Froala Editor