କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ୩% ବଢିଲା ମହଙ୍ଗା ଭତ୍ତା
ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। । କ୍ୟାବିନେଟ ବୈଠକ ପରେ ଏହି ଘୋଷଣା କରାଯାଇଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ୫୩%କୁ ବୃଦ୍ଧି ହୋଇଛି। କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ।
ଏହାର ଅର୍ଥ ଅକ୍ଟୋବର ମାସର ଦରମା ମହଙ୍ଗା ଭତ୍ତା ସହ ମିଳିବ। ଏଥର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ସେମାନଙ୍କର ଅକ୍ଟୋବର ବେତନରେ ଏକ ବୃହତ ବୃଦ୍ଧି ପାଇବେ କାରଣ ୨୦୨୪ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରନ୍ତି। ଏହି ବର୍ଷ ଅର୍ଥାତ୍ ୨୦୨୪ ଜାନୁଆରୀରେ ଡିଏ ୪% ବୃଦ୍ଧି ପାଇଥିଲାବେଳେ ଜୁଲାଇ ପାଇଁ ଡିଏ ବୃଦ୍ଧି କରିବାର ନିଷ୍ପତ୍ତି ଅନୁଷ୍ଠିତ ବୈଠକରେ ନିଆଯାଇଛି।
Powered by Froala Editor