ଚାଷୀଙ୍କ ପାଇଁ ବଡ଼ ଘୋଷଣା : MSP ବୃଦ୍ଧି କଲେ କେନ୍ଦ୍ର ସରକାର
ବୁଧବାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିବା ବେଳେ ଅନ୍ୟପଟେ କୃଷକମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ରବି ଋତୁରେ ଅମଳ ହେଉଥିବା ଫସଲ ଗୁଡ଼ିକର ନୁନ୍ୟତମ ସହାୟତା ମୂଲ୍ୟ(ଏମଏସପି) ବୃଦ୍ଧି କରାଯାଇଛି। ଏଥିରେ ଗହମ କୁଇଣ୍ଟାଲ ପିଛା ୧୫୦ ଟଙ୍କା, ସୋରିଷ ୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧି କରାଯାଇଛି।ଏହାର ଅର୍ଥ ଚାଷୀମାନେ ଏଣିକି ଗହମ କ୍ୱିଣ୍ଟାଲ ପିଛା ୨୪୨୫ ଟଙ୍କାରେ ବିକ୍ରି କରିପାରିବେ। ପୂର୍ବରୁ ସେମାନେ କ୍ୱିଣ୍ଟାଲ ପିଛା ୨୨୭୫ ଟଙ୍କା ପାଉଥିଲେ।
ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ନିଜ ଉତ୍ପାଦ ଉପରେ ଯେମିତି ଉପଯୁକ୍ତ ଦାମ ପାଇ ପାରିବେ, ତା’କୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
ରିପୋର୍ଟ ଅନୁସାରେ ୨୦୨୫-୨୬ ସିଜିନ୍ ପାଇଁ ଏହି ନୁନ୍ୟତମ ସହାୟତା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହା ମୁତାବକ ଗହମ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି ପାଇ ପ୍ରତି କୁଇଣ୍ଟାଲ ୨୪୨୫ ଟଙ୍କା ହୋଇଛି। ସୋରିଷ ପ୍ରତି କୁଇଣ୍ଟାଲ ୩୦୦ ଟଙ୍କା ବୃଦ୍ଧି ପାଇ ୫,୯୫୦ ଟଙ୍କା ହୋଇଛି। ଚଣା କୁଇଣ୍ଟାଲ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୫୬୫୦ ଟଙ୍କା ହୋଇଛି। ଏହାବାଦ ମସୁର ଉପରେ ୨୭୫ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧିପାଇ ୬୭୦୦ ଟଙ୍କା ପ୍ରତି କୁଇଣ୍ଟାଲ ହୋଇଛି। ସୂର୍ୟ୍ୟମୁଖୀ ଉପରେ କୁଇଣ୍ଟାଲ ପିଛା ୧୪୦ ଟଙ୍କା ବୃଦ୍ଧି ପାଇ ୫୯୪୦ ତାଙ୍କ ହୋଇଛି।
Powered by Froala Editor