୭୯ବର୍ଷରେ ପାଦ ଥାପିଲେ ନବୀନ
ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିବସ। ୭୯ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୪୬ ମସିହା ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ ନବୀନ। ଆଜି ତାଙ୍କ ଜନ୍ମଦିନକୁ ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜେଡି। ଏଥିପାଇଁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତମାନେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢି ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଆସି ଜନତା ଦଳର ନେତୃତ୍ୱ ନେଇ ରାଜନୀତିରେ ପାଦ ଥାପିଥିଲେ।
ନବୀନଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ପାଖରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଧର୍ମେନ୍ଦ୍ର। ସେହିପରି ବିଧାନସଭାର ବାଚସ୍ପତି ସୁରମା ପାଢୀ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଏକ୍ସରେ ପୋଷ୍ଟ କରିଛନ୍ତି।
Powered by Froala Editor