ଶିଶୁ କନ୍ୟାକୁ ଛୁରୀ ଭୁଷି ହତ୍ୟା କଲା ବାପା
ଚିତ୍ରକୋଣ୍ଡା: ବାପା ସାଜିଲା ସୈତାନ। ନିଜର ଜନ୍ମ କଲା ଶିଶୁ କନ୍ୟାକୁ ଛୁରୀ ଭୁଷି ହତ୍ୟା କଲା ବାପା। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଂଚାୟତ ଆରଏସସି -୧୪ ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ୫ ବର୍ଷର ଝିଅ ବ୍ଲେଶି ରାଣୀ ଭତ୍ରା ପଡୋଶୀ ଘରେ ଖେଳୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ଛୁରୀ ଭୁଷି ଥିଲା। ଝିଅଟିର ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏବଂ ତୁରନ୍ତ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ସେପଟେ ଘଟଣାସ୍ଥଳରୁ ହତ୍ୟାକାରୀ ବାପା ଫେରାର ହୋଇଯାଇଛି। ଦ୍ଵିତୀୟ ସ୍ତ୍ରୀର ପ୍ରରୋଚନାରେ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ଅଭିଯୁକ୍ତଙ୍କ ବାପା ବିନୋଦ ଭତ୍ରା ।
Powered by Froala Editor