ସୁରକ୍ଷା କର୍ମୀଙ୍କ ସାହାସକୁ ସଲାମ୍: ଲୁଟେରାଙ୍କ ଠାରୁ ବଞ୍ଚାଇଲେ ୩୮ ଲକ୍ଷ

କେନ୍ଦୁଝର ଜିଲ୍ଲା ଯୋଡା ଫ୍ଲାଏଓଭରର ୧୦୨ ନଂ ପିଲର ନିକଟ ସର୍ଭିସ ରୋଡ୍ରେ ବଡ ଧରଣର ଲୁଟ୍ ଉଦ୍ୟମ ହୋଇଛି । ଇଣ୍ଡସ୍ ଇଣ୍ଡ୍ ଓ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ୟାଙ୍କ୍ରୁ ୩୮ ଲକ୍ଷ ଟଙ୍କା ନେଇ ସିଏମ୍ ଏସ୍ କମ୍ପାନୀର ଗାଡ଼ି ଜୁରୁଡ଼ି ଯାଉଥିବାବେଳେ ଫ୍ଲାଏଓଭରର ସର୍ଭିସ୍ ରୋଡର ୧୦୨ନଂ ପିଲର ନିକଟରେ ଗାଡ଼ି ରଖି କର୍ମଚାରୀ ପରମେଶ୍ୱର ଦେହୁରୀ ଓ ଚକ୍ରଧର ମହାନ୍ତ କମାରଯୋଡାର ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇଥିଲେ । ସେହି ସମୟରେ ୩ଜଣ ଦୁର୍ବୃତ୍ତ ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ । ହେଲେ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ହୋଇଛି ।
କିନ୍ତୁ ଦୁର୍ବୃତ୍ତ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ କିଛି ସମୟ ଧରି ରାସ୍ତାରେ ଧସ୍ତାଧସ୍ତି ଚାଲିଥିଲା । ଦୁର୍ବୃତ୍ତମାନେ ଧରିଥିବା ପିଷ୍ଟଲକୁ ସୁରକ୍ଷା କର୍ମୀ ଛଡାଇ ନେଇଥିଲେ । ଦୁର୍ବୃତ୍ତମାନେ ମଧ୍ୟ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡାଇ ନେଇ ଲୁହା ରଡ୍ରେ ଆକ୍ରମଣ କରି ସେମାନଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ଲୋକଙ୍କ ଭିଡ ବଢିବା ଦେଖି ଏହାପରେ ଦୁର୍ବୃତ୍ତମାନେ ଜୁରୁଡ଼ି ଅଭିମୁଖେ ଫେରାର ହୋଇଯାଇଥିଲେ ।
ଘଟଣାସ୍ଥଳରେ ବଡ଼ବିଲ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଦୁର୍ବୃତ୍ତଙ୍କ ମାଡ଼ରେ ସୁରକ୍ଷା କର୍ମୀ ଆହତ ହୋଇଥିବାରୁ ତାଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Powered by Froala Editor