ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ୧୩ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦ ନଭେମ୍ବରରେ ଅନୁଷ୍ଠିତ ହେବ। ସେହିପରି ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ୨୦ ନଭେମ୍ବରରେ ମତଦାନ ହେବ। ଫଳାଫଳ ନଭେମ୍ବର ୨୩ରେ ଆସିବ।
ଏଥିପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରୁଛି। ମହାରାଷ୍ଟ୍ରର ୫୨୭୮୯ ସ୍ଥାନରେ ୧୦୦୧୮୬ ମତଦାନ କେନ୍ଦ୍ର, ମୋଟ ଭୋଟର-୯.୬୩ କୋଟି। ଝାଡଖଣ୍ଡରେ ୮୧ଟି ସିଟ, ୨.୬ କୋଟି ଭୋଟର, ପ୍ରଥମ ଥର ଭୋଟର-୧୧.୮ ଲକ୍ଷ। ୨୦୨୮୧ ସ୍ଥାନରେ ୨୯୫୬୨ ମତଦାନ ବୁଥ ହେବ।
ମହାରାଷ୍ଟ୍ରରେ ୧,୦୦,୧୮୬ ମତଦାନ କେନ୍ଦ୍ର ଅଛି, ଏଥର ମଧ୍ୟ PWD ଏବଂ ମହିଳାମାନଙ୍କ ଦ୍ୱାରା ପରିଚାଳିତ ବୁଥ ତିଆରି ହେବ।
ଏହାସହ ନିର୍ବାଚନ କମିଶନର ହରିୟାଣା, ଜମ୍ମୁ କଶ୍ମୀରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor