କୋଭିସିଲଡ ଟିକା ନେଇଥିଲେ ୟୂରୋପକୁ ଯାଇହେବନି
ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଟିକାକୁ ପୁନେସ୍ଥିତ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ (ଏସଆଇଆଇ) ଉପôାଦନ କରୁଛି । ଏହି ଟିକାର ନାମ କୋଭିସିଲଡ ରଖାଯାଇଛି । କିନ୍ତୁ ୟୁରୋପର ଔଷଧ ନିୟାମକ ‘ୟୁରୋପିଆନ ମେଡିସିନ୍ସ ଏଜେନ୍ସି’ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ୟୁରୋପ ଯାତ୍ରା ପ୍ରତି ଅସୁବିଧା ସୃଷ୍ଟି ହୋଇପାରେ । ତେଣୁ ଇଏମଏରେ ଏଥିପାଇଁ ଆବେଦନ କରିବାକୁ ସିରମକୁ ଭାରତ ସରକାର ଚାପ ପକାଇ ପାରନ୍ତି । ଏଥିସହିତ ଭାରତ ମଧ୍ୟ କୂଟନୈତିକ ସ୍ତରରେ ଉଭୟ ୟୁରୋପୀୟ ସଂଘ ଏବଂ ବିଭିନ୍ନ ୟୁରୋପୀୟ ଦେଶ ସହିତ ଏଥିପାଇଁ କଥାବାର୍ତ୍ତା ଚଳାଇଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସିରମ ସିଇଓ ଆଦର ପୁନୱାଲା କହିଛନ୍ତି ସର୍ବୋଚ୍ଚ ସ୍ତରରେ ସେ ଏହି ପ୍ରସଙ୍ଗ ଉପସ୍ଥାପିତ କରିଛନ୍ତି । ଇଏମଏ ପକ୍ଷରୁ ୟୁରୋପୀୟ ସଂଘକୁ ୪ଟି ଟିକା ଫାଇଜରରେ କୋମିର୍ନାଟି, ମଡର୍ଣ୍ଣାର ସ୍ପାଇକମାକ୍ସ, ଆଷ୍ଟ୍ରାଜେନେକାର ଭାକ୍ସଜେଭିରା ଏବଂ ଜାନସେନ ଟିକାକୁ ଅନୁମତି ଦିଆଯାଇଛି ।
Powered by Froala Editor