ଏମିତି ଆଧାରକାର୍ଡକୁ ରଖନ୍ତୁ ସୁରକ୍ଷିତ
ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆଧାରକାର୍ଡ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଧାରକାର୍ଡକୁ ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ। ନଚେତ୍ ଆଧାରକାର୍ଡକୁ ବ୍ୟବହାର କରି ଠକାମି କରାଯାଇପାରିବ । କାରଣ ଆଧାରକାର୍ଡ ସହ ବ୍ୟାଙ୍କ ସମେତ ଅନେକ ସେବା ମଧ୍ୟ ଜଡିତ । ତେଣୁ ସୁରକ୍ଷିତ ନରଖି ଆଧାରକାର୍ଡକୁ ବ୍ୟବହାର କଲେ ଅନେକ କ୍ଷତି ସହ ଠକାମିର ଶିକାର ହେବାକୁ ପଡିଥାଏ। ଜାଣନ୍ତୁ..
ଆଧାରକାର୍ଡର ଅସଲି ସଂଖ୍ୟା ବଦଳରେ ଭିଆଇଡିର ବ୍ୟବହାର କରନ୍ତୁ। ଏହା ୧୬ ଅଙ୍କର ଏକ ଅସ୍ଥାୟୀ କୋଡ୍ । ଯାହା ଆପଣଙ୍କ ବାସ୍ତବିକ୍ ଆଧାରନମ୍ବରକୁ ଲୁଚାଇ ରଖିଥାଏ । ଆଧାରକାର୍ଡରେ ଠିକଣା ରହିଥାଏ । ଏହାସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଥାଏ । ଏହା ସୁରକ୍ଷିତ ରହିବା ଜରୁରୀ।
ଏବେ ଆଉ ଚିନ୍ତା ନାହିଁ କାରଣ ବର୍ତ୍ତମାନ ଆପଣ ଆଧାର ସଂଖ୍ୟାକୁ ଲକ୍ କରି ପାରିବେ । ଯାଦ୍ୱାରା ଏହାକୁ ଭୁଲ୍ ଉପାୟରେ କେହି ବ୍ୟବହାର କରି ପାରିବେ ନାହିଁ । ଯେତେବେଳେ ବ୍ୟବହାର କରିବାକୁ ଚାହିଁବେ ଏହାକୁ ଅନ୍ଲକ୍ କରି ପାରିବେ।
କେମିତି କରିବେ ଲକ୍ ଓ ଅନ୍ଲକ୍..
ସର୍ବପ୍ରଥମେ ନିଜ ସ୍ମାର୍ଟ ଫୋନ୍ରେ ଏମ୍ଆଧାର ଆପ୍ ଡାଉନଲୋଡ୍ କରନ୍ତୁ ।
ଏହାପରେ ସାଇନ୍ ଅପ୍ କରିବା ପାଇଁ ନିଜ ଆଧାର ସହ ଜଡିତ ମୋବାଇଲ୍ ନମ୍ବରର ବ୍ୟବହାର କରନ୍ତୁ ।
Powered by Froala Editor