ରାମଲୀଳା ଚାଲିଥିବା ବେଳେ ଚମ୍ପଟ ମାରିଲେ ଦୁଇ କଏଦୀ
ନୂଆଦିଲ୍ଲୀ: ଜେଲ୍ରେ ରାମଲୀଳା ଚାଲିଥିବା ବେଳେ ଦୁଇଜଣ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଜେଲ୍ରେ ରାମଲୀଳା ଚାଲିଥିଲା । ସମସ୍ତ କର୍ମଚାରୀ ଏବଂ ଅଧିକାରୀ ଯାତ୍ରା ଦେଖିବାରେ ବ୍ୟସ୍ତ ଥିଲେ । ଏତିକି ବେଳେ ବାନର ଭୂମିକାରେ ଥିବା ଦୁଇଜଣ କଏଦୀ ଜେଲ୍ରେ ନିର୍ମାଣ କାର୍ଯ୍ୟ ଚାଲୁଥିବାର ସୁଯୋଗ ନେଇ ଖସିଯାଇଥିଲେ ।
ସେମାନେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଏକ ବାଉଁଶ ସିଡି ସାହାଯ୍ୟରେ ଖସିଯାଇଛନ୍ତି । ବନ୍ଦୀ ଦୁଇ ଜଣଙ୍କ ନାମ ପଙ୍କଜ ଏବଂ ରାଜକୁମାନର ।
ଏଥିରେ ଜେଲ୍ର କୌଣସି କର୍ମଚାରୀଙ୍କ ଭୂମିକା ଅଛି କି ନାହିଁ ତାହାର ତଦନ୍ତ କରାଯାଉଛି । ରାତିରେ ଗଣନା ବେଳେ ଦୁଇ ଜଣ କଏଦୀ ନଥିବା ଜଣା ପଡିଥିଲା ।
Powered by Froala Editor