ଜାପାନୀ ସଙ୍ଗଠନ ‘ନିହୋନ୍ ହିଡାନ୍କ୍ୟୋ’କୁ ନୋବେଲ୍ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ: ବର୍ଷ ୨୦୨୪ ପାଇଁ ଘୋଷଣା ହୋଇଛି ନୋବେଲ୍ ଶାନ୍ତି ପୁରସ୍କାର। ଜାପାନୀ ସଙ୍ଗଠନ ‘ନିହୋନ୍ ହିଡାନ୍କ୍ୟୋ’କୁ ମିଳିବ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରିବା ସହ ପରମାଣୁ ଅସ୍ତ୍ର ବିରୋଧରେ ପ୍ରଚାର ତଥା ସଚେତନତା ପାଇଁ ଏହି ସଙ୍ଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ନିହୋନ୍ ହିଡାନ୍କ୍ୟୋ’ ସଂଗଠନର କହିବାକଥା, ବିଶ୍ୱରେ ଆଉ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ।
ସୂଚନା ଅନୁସାରେ, ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ନରୱେ ନୋବେଲ କମିଟିକୁ ମୋଟ ୨୮୬ ପ୍ରାର୍ଥୀଙ୍କ ଆବେଦନ ମିଳିଥିଲା। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକା ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦୀ ପାଇଥିଲେ ନୋବେଲ ଶାନ୍ତି ପୁରସ୍କାର।
Powered by Froala Editor