ଖଣ୍ଡଗିରି ପାହାଡ ତଳୁ ଉଦ୍ଧାର ହେଲା ଯୁବକଙ୍କ କ୍ଷତାକ୍ତ ମୃତଦେହ
ଭୁବନେଶ୍ବର: ଦୁର୍ଗାପୂଜାରେ ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଖଣ୍ଡଗିରି ପାହାଡ ତଳୁ କ୍ଷତାକ୍ତ ଅବସ୍ଥାରେ ଯୁବକଙ୍କ ମୃଥଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସ୍ପୋର୍ଟ୍ସ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତଦେହ ଜବତ କରି ଖୋଳତାଡ କରୁଛି ଖଣ୍ଡଗିରି ପୁଲିସ। ତେବେ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରି ତଦନ୍ତ କରୁଛି ପୁଲିସ।
Powered by Froala Editor