ଦଶହରାରେ ହେବନି ବର୍ଷା, ଶୁଖିଲା ରହିବ ପାଗ
ଭୁବନେଶ୍ଵର: ଲଗାତାର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏଥର ଦଶହରାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଳ୍ପ କିଛି ସ୍ତାରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକ ସହରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି। ସୋମବାର ମୟୁରଭଞ୍ଜ ଜିଲ୍ଲା ଚନ୍ଦନପୁରରେ ସର୍ବାଧିକ ୭୭.୬ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ବାଙ୍ଗିରପୋଷିରେ ୬୬, ମାଲକାନଗିରିରେ ୩୪.୫, ବରଗଡରେ ୩୪.୬, ସମ୍ବଲପୁରଓ ଝାରସୁଗୁଡାରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି।
Powered by Froala Editor