ମେଡିସିନରେ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ ରୁଭକୁନଙ୍କୁ ମିଳିବ ନୋବେଲ
ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକା ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ ରୁଭକୁନଙ୍କୁ ଦିଆଯିବ ନୋବେଲ ପୁରସ୍କାର । ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ଦିଆଯିବ।
ମାଇକ୍ରୋ ଆରଏନଏ ବୈଜ୍ଞାନିକଙ୍କ ଆବିଷ୍କାର ଜୀବଜଗତର ବିକାଶ ଓ କାର୍ଯ୍ୟଶୈଳୀ ପାଇଁ ମୌଳିକ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିବା ନୋବେଲ ଆସେମ୍ବଲୀ କହିଛି । ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟର ନୋବେଲ ଆସେମ୍ବଲୀ ଦ୍ୱାରା ପ୍ରଦାନ କରାଯାଇଥାଏ । ଏହି ଆବିଷ୍କାର ଫଳରେ ଜିନ୍ ନିୟନ୍ତ୍ରଣର ଏକ ନୂଆ ତତ୍ତ୍ୱ ସାମ୍ନାକୁ ଆସିଛି, ଯାହା ମଣିଷ ସମେତ ବହୁକୋଷୀ ଜୀବଙ୍କ ପାଇଁ ଅତ୍ୟାବଶ୍ୟକ ।
ଗତ ବର୍ଷ ଅର୍ଥାତ୍ ୨୦୨୩ରେ କାଟାଲିନ କାରିକୋ ଏବଂ ଡ୍ରୁ ୱିସମ୍ୟାନଙ୍କୁ ମେଡିସିନ୍ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ନ୍ୟୁକ୍ଲିଓସାଇଡ ବେସ ମୋଡିଫିକେସନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଆବିଷ୍କାର କରୋନାଭାଇରସ ଯଥା କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ mRNA ଟିକା ବିକାଶରେ ସାହାଯ୍ୟ କରିଥିଲା।
Powered by Froala Editor