୧୦ ଲକ୍ଷ ଟଙ୍କାର ବାଣ ଜବତ
ଚାଲିଛି ପାର୍ବଣ । ଲୋକେ ପାର୍ବଣରେ ମଜ୍ଜି ଯାଇଛନ୍ତି । ଉତ୍ସବର ମାହୋଲ ଓ ଭସାଣି ଉତ୍ସବରେ ବାଣର ଚାହିଦା ରହିଛି । ତେବେ ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ନଳବଣ୍ଟା ଗ୍ରାମ ବାରୁଦରେ ଭର୍ତ୍ତି ହୋଇଥିବା ଖବର ମିଳିଛି । କଟକଣା ସତ୍ତ୍ୱେ ଏଠାରେ ତିଆରି ହୁଏ ବାଣ । ଦୀପାବଳିକୁ ଆଖିରେ ରଖି ଏବେଠୁ ଆରମ୍ଭ ହୋଇଗଲାଣି ବାଣ ପ୍ରସ୍ତୁତି । ରାତିରେ ଗଦା ଗଦା ବାରୁଦ ଗାଡି ଆସି ର୍ଗାରେ ପହଞ୍ଚୁଛି । ଏଭଳି ଖବର ପାଇ ସୋମବାର ପୁଲିସ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରିଛି । ତାଳ ଫୋଟକା, କୁମ୍ପି, ରକେଟ୍, ତଳ ଚକ୍ରି ଓ ଉପର ଚକ୍ରି ସହ ବାଣ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ।
ଏହାସହ ପୁଲିସ ବାଣ ତିଆରି ସମ୍ପୃକ୍ତି ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ମାନେ ହେଲେ ବୁଦ୍ଧିରାମ ସେଠୀ, ତାଙ୍କ ପୁଅ ପିଣ୍ଟୁ ସେଠୀ ଏବଂ ସହଯୋଗୀ ଜିତେନ୍ଦ୍ର ଜେନା । ସମସ୍ତଙ୍କ ଘର ସେହି ନଳବଣ୍ଟା ଗାଁରେ ।
ଏ ସମ୍ପର୍କରେ ଆସିକା ପୁଲିସ କହିଛି, ଆଗକୁ ଦୀପାବଳି । ଯାହାକୁ ନଜରରେ ରଖି ଗାଁ ଗାଁରେ ଏବେଠୁ ବାଣ ଭିଡା ଚାଲିଛି । ତେଣୁ ପୁଲିସ ବାରମ୍ବାର ଚଢଉ ଜାରି ରଖିଛି । ସୋମବାର ୨ ପ୍ଲାଟୁନ୍ ପୁଲିସ ଫୋର୍ସ ନଳବଣ୍ଟା ଗାଁରେ ଅତର୍କିତ ଚଢ଼ଉ କରିଥିଲେ । ଗାଁର ବିଭିନ୍ନ ସ୍ଥାନରୁ ଅନେକ ବେଆଇନ ବାଣ, କଞ୍ଚାମାଲ ସମେତ ବାଣ ବୋଝେଇ ରହିଥିବା ଏକ ଅଟୋ ଜବତ କରାଯାଇଥିଲା ।
Powered by Froala Editor