ଆଜି ବସିବ ରାଜ୍ୟ କ୍ୟାବିନେଟ
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ।
ଅପରାହ୍ନ ୫ଟାରେ ଏହି ବୈଠକ ବସିବା ନେଇ ଜଣାପଡିଛି । ତେବେ ଆଜିର ବୈଠକରେ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ ।
ତେବେ ବୈଠକରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ ସଂଶୋଧନ ପ୍ରସ୍ତାବ, ଆଇନ ବିଭାଗର ୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ତେବେ କେଉଁ ବିଷୟ ଉପରେ ମୋହର ବାଜିବ ତାହା ବୈଠକ ଶେଷରେ ଜଣାପଡିବ ।
Powered by Froala Editor