ଡେଡଲାଇନ ଦେଲେ ଆନ୍ଦୋଳନକାରୀ ନର୍ସିଂ ଅଫିସର
ଭୁବନେଶ୍ୱର: ରାଜ୍ୟରେ ଚାଲିଛି ନର୍ସଙ୍କ ଆନେ୍ଦାଳନ । ସିରିଞ୍ଜ ଛାଡ଼ ଆନେ୍ଦାଳନ କରୁଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତ୍ୱେ ନର୍ସିଂ ଅଫିସରଙ୍କ ଆନେ୍ଦାଳନ ଜାରି ରହିଛି । ଏହି କ୍ରମରେ ଆନେ୍ଦାଳନକାରୀମାନେ ସନ୍ଧ୍ୟା ୭ଯାଏ ଡେଡଲାଇନ ଦେଇଛନ୍ତି । ଆଜି ସନ୍ଧ୍ୟା ୭ଟା ଯାଏଁ ଆନେ୍ଦାଳନ ଚାଲିବ । ଆଉ ସେତେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର ପଦକ୍ଷେପ ଗ୍ରହଣ ନକଲେ ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ଅହୋରାତ୍ର ଧାରଣା ଦିଆଯିବ ବୋଲି ଆନେ୍ଦାଳନକାରୀ ଚେତାବଦୀ ଦେଇଛନ୍ତି ।
ଏହି କ୍ରମରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେମାନଙ୍କ ପ୍ରତି ଅବିଚାର ହୋଇଛି । ଆମେ ସରକାରଙ୍କ ଠାରେ ବାରମ୍ବାର ଦାବି ଉପସ୍ଥାପିତ କରିଛୁ । ସରକାରଙ୍କ ସହ ଆଲୋଚନା ହୋଇଛି । କିନ୍ତୁ କିଛି ଫଳପ୍ରଦ ହୋଇନାହିଁ । ଆଜି ସନ୍ଧ୍ୟା ୭ଟା ଯାଏଁ ଆନେ୍ଦାଳନ ଚାଲିବ । ଆଉ ସେତେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର ପଦକ୍ଷେପ ଗ୍ରହଣ ନକଲେ ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ଅହୋରାତ୍ର ଧାରଣା ଦିଆଯିବ । ସରକାର ଯାହା କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି ନିଅନ୍ତୁ । ଆମେ ତାକୁ ସ୍ୱୀକାର କରୁଛୁ ।
ପ୍ରକାଶ ଯେ ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘକୁ ମନାଇବା ପାଇଁ ସରକାରୀସ୍ତରରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ସରକାର ନର୍ସିଂ କର୍ମଚାରୀମାନଙ୍କ ଦାବି ପୂରଣ ଓ ସମାଧାନ ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ସରକାର ଆଲୋଚନା କରିଛନ୍ତି । ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଉଠାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ନର୍ସିଂ ଅଫିସରମାନଙ୍କୁ ଆନ୍ଦୋଳନରୁ ଓହରି ନିଜ କାର୍ୟ୍ୟରେ ଯୋଗ ଦେବା ପାଇଁ ସରକାର ପରାମର୍ଶ ଦେଇଥିବା ଜଣାପଡ଼ିଛି ।ସୂଚନାଯୋଗ୍ୟ, ନିଜର ବିଭିନ୍ନ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି ।
Powered by Froala Editor