ଦଶହରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାସ୍ତାରେ ତୋରଣ ହେବନି
ଦଶହରା ପାଇଁ ମାତ୍ର ଆଉ ଦିନ କେଇଟା ବାକି । ଏହା ପୂର୍ବରୁ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗାପୂଜା ପାଇଁ ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇପାରବ ନାହିଁ। କଟକ ସହରର ରାସ୍ତାଘାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି । କୌଣସି ପ୍ରକାରେ ଗେଟ୍ କିମ୍ବା ତୋରଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାସ୍ତା ଉପରୁ କେବୁଲ ଏବଂ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା 5 ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି ।
ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି, ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ସେଥିପାଇଁ ସାଜସଜ୍ଜା କାମ ଜୋରସୋରରେ ଚାଲିଥିବା ବେଳେ ଏହା ବଡ ଝଟକା ବୋଲି କୁହାଯାଇପାରେ ।
ପୂର୍ବରୁ ଭସାଣୀରେ ଡିଜେକୁ ବାରଣ କରାଯାଇଥିବା ବେଳେ ପୂଜା ପାଇଁ ତୋରଣ ଏବଂ ବିଦ୍ୟୁତ ତାର ରାସ୍ତା ଉପରେ ପକେଇବା ପାଇଁ ବାରଣ କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ସଠିକ ପାଳନ କରିବା ପାଇଁ କୋର୍ଟ ତାଗିଦ କରିଛନ୍ତି ।
Powered by Froala Editor