ଦନ୍ତା ଆକ୍ରମଣରେ ମହିଳା ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା। ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ମାନକା ହାଁସଦା ।ଗତ ରାତିରେ ବେତନଟୀ ରେଞ୍ଜ ଇଲାକାରେ ଥିବା ଏକ ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରିଥିଲା । ଗ୍ରାମର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡ଼ି ଆଣି ଅଗଣାରେ କଚାଡି ଦେଇଥିଲା ।ଉକ୍ତ ସମୟରେ ଘରେ ଶୋଇଥିବା ମାନକାଙ୍କ ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା । କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।
Powered by Froala Editor