ଜିଏସଟି ଠକେଇ, ବ୍ୟବସାୟୀ ଗିରଫ
ଭୁବନେଶ୍ୱର: ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଶେଷରେ ବନ୍ଧା ହୋଇଛନ୍ତି। ଗିରଫ ବ୍ୟବସାୟୀଜଣକ ହେଉଛନ୍ତି ସ୍ମୃତିରଞ୍ଜନ ସାହୁ । ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ସ୍ମୃତିରଞ୍ଜନ ଜିଏସଟି ଠକେଇ କରି ଆସୁଥିଲେ। ଏଥି ନିମନ୍ତେ ରିକ୍ସା ଚାଳକ, ଛାତ୍ର ଆଦି ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରିଛନ୍ତି । ବାର୍ଷିକ ଟର୍ଣ୍ଣ ଓଭର ୪୦ କୋଟି ବୋଲି ଦର୍ଶାଇ ବର୍ଷ ବର୍ଷ ଧରି ସେ ଜିଏସ୍ଟି ଫାଙ୍କୁଥିବା ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଆଡ଼ୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍ ଓ ଜିଏସ୍ଟି ଅଧିକାରୀ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
Powered by Froala Editor