ମା’ଲକ୍ଷ୍ମୀଙ୍କ କୃପା ପାଇଁ ଏହା କରନ୍ତୁ ଦାନ
![ମା’ଲକ୍ଷ୍ମୀଙ୍କ କୃପା ପାଇଁ ଏହା କରନ୍ତୁ ଦାନ](https://odishanewslens.com/news_gallery/3265_1624859082.jpg)
ଏମିତି କିଛି ସାମଗ୍ରୀ ଦାନ କରନ୍ତୁ, ଯାହା ଦ୍ୱାରା ମା’ଲକ୍ଷ୍ମୀ ଶାନ୍ତି ହେବେ । ଏହା ଦ୍ୱାରା ଘରୁ ଦାରିଦ୍ର୍ୟତା ଦୂର ହୋଇ ସୁଖ ଶାନ୍ତି ବାସ କରିବ । ଘିଅ ଦାନ କଲେ ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ । ଏହା ଦ୍ୱାରା ମଧ୍ୟ ଗ୍ରହର ଅଶୁଭ ପ୍ରଭାବ ଦୂର ହେବ । ଗୁଡ଼ ଦାନ କଲେ ମା’ଲକ୍ଷ୍ମୀଙ୍କ ସମେତ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିବ । ଘରୁ ଅଶାନ୍ତ ଓ କଳହ ଦୂର ହେବ । ଅଟା ଓ ଚାଉଳ ଦାନ କଲେ ମା’ଙ୍କ କୃପାରୁ ମନୋକାମନା ପୂର୍ଣ୍ଣ ହେବ ଓ ଘରେ ସୁଖଶାନ୍ତି ପୂରି ରହିବ । କପଡ଼ା ଦାନ କଲେ ମା’ପ୍ରସନ୍ନ ହୁଅନ୍ତି । ଏହା ଦ୍ୱାରା ଐଶ୍ୱର୍ଯ୍ୟ ଓ ବୈଭବ ମିଳିବ । ଖସା ଦାନ କଲେ ମା’ଙ୍କ କୃପାରୁ ବିପଦ ଦୂର ହେବ ଓ ସମସ୍ତ କାମରେ ସଫଳତା ମିଳିବ ।
Powered by Froala Editor