ହାଇକୋର୍ଟଙ୍କ ନିର୍ଦ୍ଦେଶ: ମେଜର ଓ ବାନ୍ଧବୀଙ୍କ ନାମ ପ୍ରକାଶ ହେବନି ଗଣମାଧ୍ୟମରେ
ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ଗଣମାଧ୍ୟମରେ ସମ୍ପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମକୁ ପ୍ରକାଶ କରାଯାଇପାରିବ ନାହିଁ । ବୈଦୁ୍ୟତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଭରତପୁର ଘଟଣାକୁ ନେଇ ହାଇକୋର୍ଟରେ ଆଗତ ଏକ ଜନସ୍ୱର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ଏଥିସହ ରାଜ୍ୟରେ ଥିବା ସମସ୍ତ ଥାନାର ସିସିଟିଭି ସ୍ଥିତି ସମ୍ପର୍କରେ ଜଣାଇବାକୁ ମଧ୍ୟ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସିସିଟିଭି ଅଛି କି ନାହିଁ ତାହା ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଯଦି ସିସିଟିଭି ନାହିଁ ତେବେ କେବେ ସୁଦ୍ଧା ସମସ୍ତ ଥାନାରେ ଲଗାଯିବ ସେ ନେଇ ହାଇକୋର୍ଟ ପଚାରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସବୁ ଥାନାରେ ସିସିଟିଭି ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ। ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି କୋର୍ଟ। ଏଥିସହ ମାମଲାର ତଦନ୍ତ ଅନୁଧ୍ୟାନ କରିବାକୁ ମଧ୍ୟ ହାଇକୋର୍ଟ ମନା କରିଛନ୍ତି । ହାଇକୋର୍ଟଙ୍କ ତଦନ୍ତ ଅନୁଧ୍ୟାନର ଆବଶ୍ୟକତା ନଥିବା କୋର୍ଟ କହିଛନ୍ତି ।
Powered by Froala Editor