ଭଗବତ୍ ଗୀତା ସାହାଯ୍ୟରେ ଭଲ ହେଉଛି ଡାଇବେଟିସ

ମଣିଷ ଶରୀରରେ ସର୍କରା ବା ମିଠାର ମାତ୍ରା ବଢ଼ିଗଲେ ମଧୁମେହ ବା ଡାଇବେଟିସ୍ ରୋଗ ହୋଇଥାଏ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଓସମାନିଆ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ସମେତ ଗବେଷଣା ଟିମ୍ ମଧୁମେହକୁ ଭଲ କରିବା ପାଇଁ ଆଧ୍ୟାତ୍ମିକ ଉପାୟ ଖୋଜି ବାହାର କରିଛନ୍ତି। ଆଉ ଏହାର ମାଧ୍ୟମ ବା ମୁଖ୍ୟ ଉତ୍ସ ହେଉଛି ଭଗବତ୍ ଗୀତା। ବିଶେଷଜ୍ଞଙ୍କ କହିବାନୁସାରେ, ଭଗବତ୍ ଗୀତାରେ ଅର୍ଜୁନ ଏବଂ ଭଗବାନ କୃଷ୍ଣଙ୍କ ମଧ୍ୟରେ ହୋଇଥିବା ସମ୍ବାଦ ଅର୍ଥାତ୍ କଥାବାର୍ତା ମଧୁମେହ ରୋଗକୁ ଭଲ କରାଇବାରେ ସାହାଯ୍ୟ କରିବ। ଖାସକରି ଭଗବତ୍ ଗୀତାର ଶ୍ଲୋକରେ ଜୀବନର ବିଭିନ୍ନ ଦୁଃଖ , ସୁଖ, କଷ୍ଟ, ଆନନ୍ଦର ମନସ୍ତାତ୍ତ୍ବିକ ଅଭିବ୍ୟକ୍ତି ରହିଥାଏ । ଗୀତା ନକାରାତ୍ମକ ସ୍ଥିତିକୁ ଚିହ୍ନିବା ପାଇଁ ସକ୍ତି ଦେବା ସହ ତା ସହିତ ଲଢ଼ିବା ପାଇଁ ସକାରାତ୍ମକ ଉପାୟ କହିଥାଏ। ଯେମିତି କି ମହାଭାରତରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହୁଥିଲେ ଏବଂ ଅର୍ଜୁନ ତାହାକୁ ପାଳନ କରୁଥିଲେ। ମଧୁମେହ ଏକ ଲାଇଫଷ୍ଟାଇଲ ରୋଗ ଅର୍ଥାତ୍ ଏହା ଜୀବନଶୈଳୀ ସହିତ ଯୋଡ଼ି ହୋଇ ରହିଛି ବୋଲି ବିଶେଷଜ୍ଞମାନେ କୁହନ୍ତି। ତେବେ ଆପଣ ଚାହିଁଲେ ନିଜର ଜୀବନଶୈଳୀକୁ ନିଜେ ହିଁ ବଦଳାଇପାରିବେ। ନହେଲେ ଖାଇବା ପିଇବା, କସରତ ଭଳି ନିତିଦିନିଆ କ୍ରିୟାକଳାପରେ ବି ପରିବର୍ତନ କରିପାରିବେ। ଭଗବତ ଗୀତା ସାହାଯ୍ୟରେ ମଧୁମେହ ରୋଗରୁ ମୁକ୍ତି ପାଇବା ପାଇଁ ଦେଶ ବିଦେଶର ଡାକ୍ତରମାନେ ବି ବିଭିନ୍ନ ଗବେଷଣାରେ ସାମିଲ ହୋଇଛନ୍ତି। ସେମାନଙ୍କ କହିବାନୁସାରେ, ଭଗବତ୍ ଗୀତା କୈାଣସି ଧାର୍ମିକ ଏବଂ ଦାର୍ଶନିକ ପୁସ୍ତକଠାରୁ କମ୍ ନୁହେଁ। ମଧୁମେହ ରୋଗ ସମ୍ପର୍କରେ ଜାଣିବା ମାତ୍ରେ ହିଁ ରୋଗୀକୁ ଦୁଃଖ, କଷ୍ଟ ସହିତ ଚିନ୍ତା ମାଡ଼ି ବସିଥାଏ। ସେହି ସମୟରେ କଣ କରିବେ କିଛି ଉପାୟ ଦେଖାଯାଏ ନାହିଁ। ସେତେବେଳେ ହିଁ ଗୀତା ଶ୍ଲୋକ ଆବଶ୍ୟକତା ପଡ଼ିଥାଏ।
Powered by Froala Editor