କରୋନାରେ ୩୯ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟାରେ ବ୍ରେକ ଲାଗୁନି । ଦିନକୁ ଦିନ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ସେହିପରି ବରଗଡ଼, କଟକ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଗଞ୍ଜାମ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଏବଂ ପୁରୀ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୩ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ ଜଣ ବୃଦ୍ଧି ପାଇଛି। ଅନୁଗୁଳରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୫୧, ବରଗଡ଼ ୨୪, ଭଦ୍ରକ ୧୬୯, ବଲାଙ୍ଗିର ୨୨, ବୌଦ୍ଧ ୨୮, କଟକ ୫୫୩, ଦେଓଗଡ଼ ୪, ଢେଙ୍କାନାଳ ୭୩, ଗଜପତି ୧୪, ଗଞ୍ଜାମ ୧୭, ଜଗତସିଂହପୁର ୧୦୩, ଯାଜପୁର ୨୫୮, ଝାରସୁଗୁଡ଼ା ୧୯, କଳାହାଣ୍ଡି ୧୫, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୭୦, ଖୋର୍ଦ୍ଧା ୫୮୨, କୋରାପୁଟ ୭୬, ମାଲକାନଗିରି ୭୩, ମୟୂରଭଞ୍ଜ ୧୫୮, ନବରଙ୍ଗପୁର ୧୬୦, ନୂଆପଡ଼ା ୬, ପୁରୀ ୨୧୫, ରାୟଗଡ଼ା ୭୭, ସମ୍ବଲପୁର ୨୮, ସୋନପୁର ୧୬, ସୁନ୍ଦରଗଡ଼ ୩୭ ଓ ଷ୍ଟେଟପୁଲରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor