ରାଜ୍ୟରେ ୩୪୦୮ ପଜିଟିଭ ଚିହ୍ନଟ
ଭୁବନେଶ୍ୱର:ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୩ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ଅନୁଗୁଳରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୫୧, ବରଗଡ଼ ୨୪, ଭଦ୍ରକ ୧୬୯, ବଲାଙ୍ଗିର ୨୨, ବୌଦ୍ଧ ୨୮, କଟକ ୫୫୩, ଦେଓଗଡ଼ ୪, ଢେଙ୍କାନାଳ ୭୩, ଗଜପତି ୧୪, ଗଞ୍ଜାମ ୧୭, ଜଗତସିଂହପୁର ୧୦୩, ଯାଜପୁର ୨୫୮, ଝାରସୁଗୁଡ଼ା ୧୯, କଳାହାଣ୍ଡି ୧୫, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୭୦, ଖୋର୍ଦ୍ଧା ୫୮୨, କୋରାପୁଟ ୭୬, ମାଲକାନଗିରି ୭୩, ମୟୂରଭଞ୍ଜ ୧୫୮, ନବରଙ୍ଗପୁର ୧୬୦, ନୂଆପଡ଼ା ୬, ପୁରୀ ୨୧୫, ରାୟଗଡ଼ା ୭୭, ସମ୍ବଲପୁର ୨୮, ସୋନପୁର ୧୬, ସୁନ୍ଦରଗଡ଼ ୩୭ ଓ ଷ୍ଟେଟପୁଲରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୨ ହଜାର ୭୦୨ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୮ ଲକ୍ଷ ୬୩ ହଜାର ୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor