ଖୁବ ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି:ନବୀନ

ଭୁବନେଶ୍ବର: ଓଡ଼ିଶା ପୁଲିସ ବିଭାଗରେ ୩୯ଜଣ କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିଛି। ସେଥିମଧ୍ୟରୁ ୩୦ ମହିଳା କ୍ରୀଡ଼ାବିତ ରହିଥିବାବେଳେ ୯ଜଣ ପୁରୁଷ କ୍ରୀଡ଼ାବିତଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ପୁଲିସ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆପଣମାନେ ଏବେ ପରିବାରର ଦାୟିତ୍ୱ ନେଇପାରିବେ। ରାଜ୍ୟ ସରକାର କ୍ରୀଡ଼ା ଭିତ୍ତଭୂମିରେ ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ୧ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି। ଖୁବ ଶୀଘ୍ର ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ପାୱାର ହାଉସ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣଙ୍କ ପରିବାର ମଧ୍ୟ ଏହାକୁ ନେଇ ଗର୍ବିତ ଅନୁଭବ କରିବ। ଏହାସହ ଯୁବ ବର୍ଗଙ୍କୁ ଖେଳକୁଦରେ ଅଧିକରୁ ଅଧିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ପୁଲିସ ବିଭାଗରେ ସାମିଲ କରିଥିଲେ। ୨୦୧୮ ବିଶ୍ବକପ ହକି, ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁମ୍ଟ ସାବ୍ୟସ୍ତ ହୋଇଛି । ୨୦୨୩ରେ ପୁଣି ଥରେ ବିଶ୍ବକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାମ ଆଗେଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor