ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ନୀତେଶ
ପ୍ୟାରିସ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ନୀତେଶ କୁମାର। ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍ ବିଟ୍ରେନର ଡାନିଏଲ ବେଥଲେଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ ହୋଇଛନ୍ତି।
ନୀତେଶ କୁମାର ଗ୍ରେଟ ବ୍ରିଟେନର ଡାନିଏଲ ବେଥଲେଙ୍କ ସହ କଡ଼ା ସଂଘର୍ଷ କରି ଏହି ସଫଳତା ପାଇଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ୭୯ ମିନିଟ ଧରି ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ସେ ୨-୧ରେ ମ୍ୟାଚ୍ ସହ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି।
ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଦେଖି ଏସଏଲ ୩ ବର୍ଗରେ ଖେଳିବା ଆରମ୍ଭ କରିଥିବା ନୀତେଶ କୁମାର ୨୦୧୬ରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇଥିଲେ। ସେ ସିଙ୍ଗ କୋର୍ଟରେ ଖେଳିବା ସହ ସମସ୍ତଙ୍କୁ ଜଲୱା ଦେଖାଇଥିଲେ।
ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ ୯ ପଦକ ଜିତିଛି। ସାମ୍ପ୍ରତିକ ଗେମ୍ସରେ ନୀତେଶ କୁମାର ବ୍ୟାଡମିଣ୍ଟନରେ ପଦକ ଜିତିଥିବା ପ୍ରଥମ ଆଥଲେଟ ହୋଇଛନ୍ତି। ଶୁଟିଂରେ ଏପର୍ଯ୍ୟନ୍ତ ୪ଟି ପଦକ ଆସିଛି।
Powered by Froala Editor