‘ଏମରଜେନ୍ସି’କୁ ସେନ୍ସର୍ ବୋର୍ଡ ସାର୍ଟିଫିକେଟ୍ ଦେଉନି, କୋର୍ଟଯିବେ କଙ୍ଗନା
ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର ‘ଏମରଜେନ୍ସି’ର ମୁକ୍ତିଲାଭ ଉପରେ ରୋକ୍ ଲଗାଇବା ପାଇଁ ଦାବିକରି ହୋଇଥିବା ଆବେଦନର ଶୁଣାଣି ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ହୋଇଛି। ସେପଟେ ସେନ୍ସର ବୋର୍ଡ କୋର୍ଟରେ ଜବାବ ରଖିଛି ଯେ ଫିଲ୍ମକୁ ଏପର୍ଯ୍ୟନ୍ତ ସାର୍ଟିଫିକେଟ୍ ଦିଆଯାଇନାହିଁ। ଫିଲ୍ମକୁ ନେଇ ଅନେକ ଅଭିଯୋଗ ଆସିଛି । ଅଭିଯୋଗ ଶୁଣିବା ପରେ କଙ୍ଗନା ଏବେ ଏଥିପାଇଁ କୋର୍ଟ ଯିବାକୁ ପ୍ରସ୍ତୁତ ଅଛନ୍ତି।
ନିକଟରେ କଙ୍ଗନା ରାଣାୱତ ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ନିଜ ଫିଲ୍ମ ‘ଏମରଜେନ୍ସି’ ବିଷୟରେ ଖୋଲାଖୋଲି କଥା ହେଉଥିବା ଦେଖିବାକୁ ମିଳିଛି।
କଙ୍ଗନା କହିଛନ୍ତି ଯେ “ଏହି ସମୟରେ ଆମକୁ ଜୀବନରୁ ମରିବାକୁ ବହୁତ ଧମକ ମିଳୁଛି । ଯାହା ପରେ ଶ୍ରୀମତୀ ଗାନ୍ଧୀଙ୍କ ହତ୍ୟା କଥା ନ ଦେଖାଇବାକୁ ଆମ ଉପରେ ଚାପ ପଡ଼ୁଛି। ପଞ୍ଜାବ ରାଇଟସ୍ ଦେଖାନ୍ତୁ ନାହିଁ। ତେଣୁ ବର୍ତ୍ତମାନ ମୁଁ କ’ଣ ଦେଖାଇବି ବୁଝିପାରୁନାହିଁ । ଏହା ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ସମୟ ।”
ପୂର୍ବରୁ କଙ୍ଗନା କହିଥିଲେ, ଯେଉଁଦିନ ମୋ ଫିଲ୍ମକୁ ସେନ୍ସରରୁ ସାର୍ଟିଫିକେଟ୍ ମିଳିବାକୁ ଯାଉଥିଲା, “ସେଦିନ ଅନେକ ଲୋକ ବହୁତ ଡ୍ରାମା କରିଥିଲେ। ଯଦି ଏହା ନ ହୁଏ ତେବେ ମୁଁ ଏଥିପାଇଁ ଲଢ଼ିବାକୁ ପ୍ରସ୍ତୁତ ଅଛି। ଫିଲ୍ମର ସୁରକ୍ଷା ପାଇଁ ମୁଁ କୋର୍ଟଯିବି। କାରଣ ଆପଣ ତାହା କରିପାରିବେ ନାହିଁ। ଆମକୁ ଇତିହାସ ଦେଖାଇବାକୁ ପଡ଼ିବ। ୭୦ ବର୍ଷୀୟ ଜଣେ ମହିଳାଙ୍କୁ ତାଙ୍କ ଘରେ ୩୦-୩୫ ଥର ଗୁଳି କରାଯାଇଥିଲା। କିନ୍ତୁ ତାଙ୍କୁ କିପରି ହତ୍ୟା କରାଗଲା ତାହା ଆପଣଙ୍କୁ ଇତିହାସ ଦେଖାଇବାକୁ ପଡ଼ିବ।”
ସୂଚନାଯୋଗ୍ୟ, କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସି’କୁ ପଞ୍ଜାବରେ ବିରୋଧ କରାଯାଉଛି। ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଏହାବ୍ୟତୀତ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ସିଜିପିସି)କଙ୍ଗନା ରାଣାୱତଙ୍କୁ ଆଇନଗତ ନୋଟିସ୍ ମଧ୍ୟ ପଠାଇଛି।
Powered by Froala Editor