ଲେଡିଜ ହଷ୍ଟେଲ ବାଥରୁମରୁ ଗୁପ୍ତ କ୍ୟାମେରା ଠାବ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । ଲେଡିଜ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା ଲଗାଯାଇଛି । ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଏକ ଇଞ୍ଜିନିୟରି କଲେଜ ରହିଛି । ଉକ୍ତ କଲେଜର ଲେଡିଜ ହଷ୍ଟେଲରେ ଥିବା ବାଥରୁମରୁ ଗୁପ୍ତ କ୍ୟାମେରା ଠାବ କରାଯାଇଛି । ବାଥରୁମରେ ଗୁପ୍ତ କ୍ୟାମେରା ଲଗାଯାଇ ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଉଥିଲା । ସବୁଠାରୁ ବଡ଼ କଥା ହେଉଛି ୩୦୦ରୁ ଅଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରି ବିକ୍ରି କରାଯାଇଛି । ଉକ୍ତ କଲେଜର ଜଣେ ବି.ଟେକ ଛାତ୍ର ଗୁପ୍ତ କ୍ୟାମେରା ଖଞ୍ଜି ଥିବା ଜଣାଯାଇଛି । ସମ୍ପୃକ୍ତ ଛାତ୍ର ଗୁପ୍ତ କ୍ୟାମେରା ଲଗାଇ ଫଟୋ ଓ ଭିଡିଓ ବିକ୍ରି କରୁଥିଲା । ସମ୍ପୃକ୍ତ ଛାତ୍ର କଲେଜ ଓ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ ଓ ଭିଡିଓ ବିକ୍ରି କରୁଥିଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କଲେଜର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।ଶହଶହ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ପରେ ପୁଲିସ ତପôର ହୋଇଉଠିଛି । ଆନ୍ଧ୍ର ପୁଲିସ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀ ଗାଧୁଆ ଘରେ କ୍ୟାମେରା ଲୁଚା ଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ପଡ଼ିବା ସହ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ପାଇଁ ଉତ୍ତରଦାୟୀ କିଏ ରହିବ ଏବଂ ଆମେ ନ୍ୟାୟ ଚାହୁଁ ଦାବି କରି ଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଗତକାଲି ସନ୍ଧ୍ୟା ୭ ଟାରୁ ଆଜି ସକାଳ ପର୍ୟ୍ୟନ୍ତ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ।
Powered by Froala Editor