ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
କେନ୍ଦ୍ରାପଡ଼ା : ମହିଳାଙ୍କୁ ନିର୍ମମ ଭାବେ ହତ୍ୟା। ମହିଳାଙ୍କ ମୃତଦେହ ନିକଟରୁ ଗୁରୁତର ଅବସ୍ଥାରେ ୩ ବର୍ଷର ଶିଶୁପୁତ୍ର ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତା ପାର୍ଶ୍ଵରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଶନିବାର ଲୁଣା ଜଙ୍ଗଲ ରାସ୍ତା ପାର୍ଶ୍ୱରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଛନ୍ତି । ମହିଳାଙ୍କୁ ହତ୍ୟା କରିବା ସହ ତାଙ୍କର ୩ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡିଛି । ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ସହ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
Powered by Froala Editor