ସିକ୍ୟୁରିଟି ବଜାରରୁ ଅନିଲ ଅମ୍ବାନୀଙ୍କୁ ୫ ବର୍ଷ ବ୍ୟାନ୍ କଲା SEBI
ଅନିଲ ଅମ୍ବାନୀଙ୍କୁ ଶକ୍ତ ଝଟକା ଲାଗିଛି। ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)। ଏଥିସହ ତାଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ପକାଯାଇଛି। ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥା ଉପରେ ମଧ୍ୟ ଏହି ବ୍ୟାନ୍ ଲଗାଇଛି ସେବି।
SEBI କହିଛି ଯେ, କମ୍ପାନୀର ପାଣ୍ଠି ଅନିୟମିତତା ହେତୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ପ୍ରତିବନ୍ଧକ ଲଗାଯିବା ପରେ ଅନିଲ ଅମ୍ବାନୀ ଆସନ୍ତା ପାଞ୍ଚ ବର୍ଷ ପାଇଁ କୌଣସି ଲିଷ୍ଟେଡ୍ କମ୍ପାନୀର ନିର୍ଦ୍ଦେଶକ କିମ୍ବା ଅନ୍ୟ କୌଣସି ମୁଖ୍ୟ ପଦବୀରେ ରହି ପାରିବେ ନାହିଁ। ଏଥିରେ ରିଲାଏନ୍ସ ହୋମ ଫାଇନାନ୍ସର ବହୁ ପୂର୍ବତନ କାର୍ଯ୍ୟନିର୍ବାହୀ ଅନ୍ତର୍ଭୁକ୍ତ। ସେବି ସମସ୍ତଙ୍କୁ ସିକ୍ୟୁରିଟି ବଜାରରୁ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି।
ଏହା ସହିତ ସେବି ମଧ୍ୟ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL)କୁ ୬ ମାସ ପର୍ଯ୍ୟନ୍ତ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ଏବଂ 6 ଲକ୍ଷ ଟଙ୍କା ଜରିମାନା ପକାଇଛି।
Powered by Froala Editor