ପିଜି ନାମଲେଖା ପକ୍ରିୟା ଚାଲିବ ଆଜିଠୁ
ଭୁବନେଶ୍ବର : ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ୟ୍ୟାୟ ମେଧା ତାଲିକା । ଏଥିରେ ମୋଟ ୨୧ ହଜାର ୬୩୫ ଜଣଙ୍କୁ ଚୟନ ହୋଇଛନ୍ତି । ଏଥିରେ ୧୪ ହଜାର ୬୪୫ ଜଣ ଛାତ୍ରୀ ଥିବା ବେଳେ ୬ ହଜାର ୯୮୮ଜଣ ଛାତ୍ର ଏବଂ ୨ ଜଣ ତୃତୀୟ ଲିଙ୍ଗୀ ବର୍ଗର ଶିକ୍ଷାର୍ଥୀ ରହିଛନ୍ତି । ଅର୍ଥାତ ୬୭.୬୮ ପ୍ରତିଶତ ଛାତ୍ରୀ ଚୟନ ହୋଇଥିବା ବେଳେ ୩୨.୨୯ ପ୍ରତିଶତ ଛାତ୍ର ଚୟନ ହୋଇଛନ୍ତି। ଚୟନ ହୋଇଥିବା ଆବେଦନକାରୀ ମାନେ ନାମଲେଖା ଫି ଦାଖଲ ପରେ ଫ୍ରିଜ୍ ଅପସନ କରିପାରିବେ।ଆଜିଠାରୁ ଆଡ଼ମିଶନମନୋନୀତ ଛାତ୍ରଛାତ୍ରୀ ଆଜି (୨୧ ତାରିଖ) ପୂର୍ବାହ୍ନ ୧୦ ଘଟିକା ଠାରୁ ୨୪ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ । ୩୧ ତାରିଖ ଅପରାହ୍ନ ୪ ଟାରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୮ ତାରିଖରୁ ପିଜି ପ୍ରଥମବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮ ହଜାର ୯୮୪ଟି ସିଟ୍ ରହିଛି । ୧୮ଟି ବିଶ୍ଵବିଦ୍ୟାଳୟ ୧୬ଟି କଲେଜ ଅର୍ଥାତ ୧୧୪ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପକ୍ରିୟା ଚାଲିବ । ଏନେଇ ନିୟୋଜିତ ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୬୩ ହଜାର ୧୮୪ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୪ ହଜାର ୯୦୪ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୨୧ ହଜାର ୬୩୫ ଜଣଙ୍କୁ ଚୟନ କରାଯାଇଛି। ଏଥିରେ ଚୟନ ହୋଇଥିବା ପରୀକ୍ଷାର୍ଥୀ ମାନେ ଅନଲାଇନ ମାଧ୍ୟମରେ ନାମଲେଖା ଫି ଦାଖଲ କରିବେ ।ସେହିପରି ଭାବରେ ଚଳିତମାସ(ଅଗଷ୍ଟ) ୩୧ ତାରିଖରେ ଦ୍ଵିତୀୟ ପର୍ୟ୍ୟୟ ମେଧା ତାଲିକା ପ୍ରକାଶ ପାଇବ ।
Powered by Froala Editor