ଆଜି ୧୨ଘଣ୍ଟିଆ ଭାରତ ବନ୍ଦ
ଭୁବନେଶ୍ବର: ସଂରକ୍ଷଣ ବଞ୍ଚାଅ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି। ବନ୍ଦ ଡାକରାରେ ବିଶେଷ କରି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ରାସ୍ତାଘାଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ ଯୋଗାୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ତେବେ ଏହି ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡିକ ଜାରି ରହିବ। ସରକାରୀ ସହ ଘରୋଇ ସଂସ୍ଥା, ବ୍ୟା. ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିବ। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବିଭିନ୍ନ ଦଳିତ ଓ ଆଦିବାସୀ ସଂଗଠନ ବନ୍ଦ ପାଳନ କରୁଛନ୍ତି। ବିଭିନ୍ନ ରାଜ୍ୟରେ ସକାଳୁ ସକାଳୁ ପିକେଟିଂ ଓ ରାସ୍ତା ଅବରୋଧ କରାଯାଇଛି। ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳରୋକ କରିଛନ୍ତି ବିକ୍ଷୋଭକାରୀ। ବିଶାଖା ଏକ୍ସପ୍ରେସକୁ ରେଳଷ୍ଟେସନରେ ଅଟକାଇଛନ୍ତି ବିକ୍ଷୋଭକାରୀ।
Powered by Froala Editor