ଦେଶୀ ମଦ ପିଇ ଅସୁସ୍ଥ ହେବା ଘଟଣାରେ ୫ ଗିରଫ

ଗଞ୍ଜାମ: ଗଞ୍ଜାମରେ ଦେଶୀ ମଦ ପିଇ ଅସୁସ୍ଥ ହେବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସୋମବାର ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଚିକିଟି, କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିଟିରେ ଦୁଇ ଚିକିତ୍ସିତ ହେଉଛନ୍ତି। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସେପଟେ ଆଜି ଅବକାରୀ କମିଶନର ନରସିଂହ ଭୋଳ ଏମକେସିଜି ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ମାଇନ୍ଦପୁର ଗାଁରେ ପହଞ୍ଚିଥିବା ଜଣାପଡିଛି।
Powered by Froala Editor