କୋଲକାତା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବର୍ତ୍ତମାନ ନିଜ ଆଡୁ ଏହି ମାମଲାର ସଜ୍ଞାନ ନେଇଛନ୍ତି। ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ଅଗଷ୍ଟ ୨୦ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ , ଜେବୀ ପାରଦିବାଲ୍ ଓ ମନୋଜ ମିଶ୍ରାଙ୍କ ଦ୍ବାରା ମିଳିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ।
ମଙ୍ଗଳବାର ଦିନ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ମାମଲାରେ କୋଲକାତାର ଏହି ମାମଲା ୬୬ ନଂ ସିରିଏଲ୍ ରେ ରହିଛି । କିନ୍ତୁ ପ୍ରାଥମିକତା ଆଧାରରେ ଏହି ମାମଲାର ପ୍ରଥମେ ଶୁଣାଣି ହେବ ବୋଲି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ।
ସୂଚନାଯୋଗ୍ୟ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖା ଯାଇଥିଲା। ଯେଉଁଥିରେ ପ୍ରଧାନ ବିଚାରପତି ସମଗ୍ର ବିଷୟର ନିଜ ଆଡୁ ହସ୍ତକ୍ଷେପ କରିବାକୁ ଦାବି କରାଯାଇଥିଲା। ଚିଠିରେ କୁହାଯାଇଛି ଯେ ଏହି ବିଷୟ କେବଳ ନିରୀହ ଜୀବନକୁ ସମାପ୍ତ କରିବା ନୁହେଁ। ଏହା ଆମ ଦେଶର ଆତ୍ମା ଉପରେ ଆକ୍ରମଣ, ନ୍ୟାୟ ଏବଂ ମାନବିକତାର ଆଦର୍ଶ ପ୍ରତି ଏକ ଅପମାନ ଯାହା ଆମର ମହାନ ସମ୍ବିଧାନ ବଜାୟ ରଖିବାକୁ ବଳ ଯୋଗାଇଥାଏ।
ଜଣେ ପ୍ରତିଜ୍ଞାକାରୀ ଡାକ୍ତର, ଯିଏ ନିଜକୁ ଚିକିତ୍ସା ତଥା ଜୀବନ ରକ୍ଷା କରିବାର ପବିତ୍ର କର୍ତ୍ତବ୍ୟରେ ଉତ୍ସର୍ଗ କରିଥିଲେ। ଯେଉଁଠାରେ ସେ ମାନବିକତାର ସେବା କରିଥିଲେ ସେହି ସ୍ଥାନରେ ତାଙ୍କୁ ଅତି ନିର୍ମମ ଭାବରେ ନିର୍ଯାତନା ଦିଆଯାଇଛି।
ସୂଚନା ଅନୁସାରେ , ୧୭ ଅଗଷ୍ଟରେ ଦେଶବ୍ୟାପୀ ହିଂସା ଏବଂ ଡାକ୍ତର ସଂଘଙ୍କ ପ୍ରତିବାଦକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା । ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୋଲକାତାରେ ଅଗଷ୍ଟ ୯ରେ ହୋଇଥିବା ପିଜି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଏହି ମାମଲାକୁ ନିଜ ଅକ୍ତିଆରରେ ନିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା ।
Powered by Froala Editor