ଶୌଚ ପାଇଁ ଯାଇଥିଲେ, ମହିଳାଙ୍କୁ ଆକ୍ରମଣ କଲା ଭାଲୁ
ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ହାତୀନୋଟା ଗ୍ରାମର ୨ ଜଣ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଭୋରରୁ ଶୌଚ ପାଇଁ ଘରୁ ବାହାରି ଥିବା ବେଳେ ଅତର୍କିତ ଭାବେ ୩ଟି ଭାଲୁ ଏହି ଦୁଇ ମହିଳାଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ଲୋକେ ଠେଙ୍ଗା ବାଡ଼ି ଧରି ପହଞ୍ଚିବାରୁ ଭାଲୁ ସ୍ଥାନ ଛାଡି ପଳାଇ ଥିଲେ। ଗୁରୁତର ମହିଳା ଦ୍ବୟ ଜଗବନ୍ଧୁ ମହାନ୍ତଙ୍କ ସ୍ତ୍ରୀ ଜାଗିରୀ ମହାନ୍ତ ଓ ମକରଧ୍ବଜ ମହାନ୍ତଙ୍କ ସ୍ତ୍ରୀ ଗୋଲାପ ମହାନ୍ତ ବୋଲି ଜଣାପଡିଛି। ଉଭୟଙ୍କୁ ପାଟଣା ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଥିବା ପାଟଣା ବନପାଳ ସୂଚନା ଦେଇଛନ୍ତି।
Powered by Froala Editor