ଏଟିଏମ୍ ମେସିନ୍ କାଟି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଭୁବନେଶ୍ବର : ୟୁକୋ ବ୍ୟାଙ୍କ ଏଟିଏମ୍ ରୁ ଲକ୍ଷାଧିକ ଟଙ୍କା ଲୁଟ୍। ଗୋଳନ୍ଥରା ଥାନା ଅଧୀନସ୍ଥ କନିଷି ହାଟ ଅଞ୍ଚଳରେ ଥିବା ୟୁକୋ ବ୍ୟାଙ୍କର ଏଟିଏମ ମେସିନକୁ ଲୁଟେରା ଦଳ ଗ୍ୟାସ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପଶି ମେସିନକୁ ଗ୍ୟାସ କଟର ସାହାଯ୍ୟରେ କାଟି ଚାରୋଟି ଟ୍ରାଏ ରୁ ୫ ଲକ୍ଷ ୭୩ ହଜାର ୩ ଶହ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଲୁଟ୍ ବେଳର ପୁରା ଦୃଶ୍ୟ ସିସି ଟିଭରେ କଏଦ ହୋଇଛି। ଆଜି ସକାଳେ ୟୁକୋ ବ୍ୟାଙ୍କର କର୍ମଚାରୀମାନେ ଏଟିଏମ ଭଙ୍ଗାଯାଇ ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ନେଇ ବ୍ୟାଙ୍କ ସହକାରୀ ଶାଖା ପରିଚାଳକ ଶିବରାମ ପଣ୍ଡା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ଦୁଇ ଜଣ ଲୁଟେରା ଧଳା କାର ରେ ଆସି ପ୍ରଥମେ ସିସି କ୍ୟାମେରାରେ କଳା ସ୍ପ୍ରେ କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
Powered by Froala Editor