ପରଲୋକରେ ବିତ୍ତିହୋତ୍ର ମହାନ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ ହୋଇଛି । କ୍ୟାନସରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବିତ୍ତିହୋତ୍ର ହେଉଛନ୍ତି ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ । ୨୦୦୬ରେ ବିତ୍ତିହୋତ୍ର ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନାମରେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।
ରାଜସ୍ଥାନର ଅଲୱାରକୁ ବୁଲିବାକୁ ଯାଇଥିବାବେଳେ ଦୁ୍ଷ୍କର୍ମ ଅଭିଯୋଗ ଥିଲା । ଏହାକୁ ନେଇ ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଥିଲା । ମାମଲାର ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା ।କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା କରିଥିଲେ ।
ପରେ ମା’ଙ୍କ ଦେହ ଖରାପ ଦର୍ଶାଇ ସେ ପାରୋଲରେ ଆସିଥିଲେ । କିନ୍ତୁ ପାରୋଲ ଅବଧି ଶେଷ ପରେ ବି ସେ ଆଉ ଜେଲକୁ ଫେରିନଥିଲେ । ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ ସେ କେରଳରୁ ଧରାପଡ଼ିଥିଲେ । ନିଜ ନାମକୁ ରାଘବ ରାଜନଭାବେ ବଦଳାଇ ଏକ ବ୍ୟାଙ୍କରେ ଚାକିରି କରୁଥିଲେ ।
ପରେ କ୍ୟାନ୍ସର ଆକ୍ରାନ୍ତ ହେବାରୁ ଆଗୁଆ ମୁକ୍ତି ଆବେଦନ କରିଥିଲେ । ୫ ବର୍ଷ ଜେଲ୍ରେ ରହିସାରିଥିବାରୁ ସୁପ୍ରିମକୋର୍ଟରେ ମୁକ୍ତି ଆବେଦନ କରିଥିଲେ । ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ ସୁପ୍ରିମକୋର୍ଟ ତାଙ୍କ ମୁକ୍ତି ଆବେଦନ ଖାରଜ କରିଥିଲେ ।
ମାତ୍ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଜେଲ୍ରୁ ବାହାରି ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ । ଏହାପରେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ଥିବା ବେଳେ ଗତ ରାତିରେ ସେ ଆଖି ବୁଜିଛନ୍ତି।
Powered by Froala Editor