ଆମ୍ବ ଖାଉଥିଲେ ସାବଧାନ!

ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ । ବର୍ଷାଦିନେ ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପୋଷକ ତତ୍ତ୍ୱ ସହ ଭିଟାମିନ୍ ଇ, କପର, ପୋଟାସିୟମ, ଆଇରନ ଆଦିରେ ଭରପୂର ଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯେମିତିକି ଆମ୍ବ ଉପରେ ଏକ ତରଳ ପଦାର୍ଥ ରହିଥାଏ । ଏହାକୁ ଭଲ ଭାବେ ସଫା କରି ନଖାଇବା ଦ୍ୱାରା ଆମ୍ବ ସ୍ୱାଦିଷ୍ଟ ଲାଗିନଥାଏ ଓ ଏହା ଚର୍ମରେ ଲାଗି ଅନେକ ଚର୍ମ ଜନିତ ସମସ୍ୟା ଉପୁଜିଥାଏ । ଏହାକୁ ଖାଇବା ଫଳରେ ଦେହ କୁଣ୍ଡାଇ ହୋଇ ଫଳିଯାଏ । ଆମ୍ବରେ ଅନେକ ପୋଷକ ତତ୍ତ୍ୱ ମିଳୁଥିଲେ ମଧ୍ୟ ଏହାକୁ ଅଧିକ ଖାଇବା ଫଳରେ ଏହା ହଜମ ହେବାରେ ବାଧା ସୃୃଷ୍ଟି ହୋଇଥାଏ । ଆମ୍ବକୁ କ୍ଷୀର ସହ ମିଶାଇ ଖାଇଲେ ଏହା ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ । ଖାଇବା ଶେଷରେ ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଏକ ଗରମ ଫଳ ହୋଇଥିବାରୁ ଏହାକୁ ଅଧିକ ଖାଇବା ଦ୍ୱାରା ପେଟ ଖରାପ ହେବା ସହିତ ମୁହଁରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ମଧୁମେୟ ରୋଗୀ ଓ ଖାଦ୍ୟନଳୀରେ ମସସ୍ୟା ଥିବା ଲୋକେ ଆମ୍ବ ଖାଇବାଠୁ ଦୂରେଇ ରହିବା ଉଚିତ୍ ।
Powered by Froala Editor